ଚନ୍ଦକା କୁମାରଖୁଣ୍ଟିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଶମ୍ଭୁ

ଚନ୍ଦକା କୁମାରଖୁଣ୍ଟିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଶମ୍ଭୁ । । ଗତକାଲି ସକାଳେ ଶମ୍ଭୁ ହଠାତ ଅସୁସ୍ଥ ହୋଇପଡିଥିଲା । ତାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ପଶୁ ଡାକ୍ତରଙ୍କ ଡକା ଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ଶମ୍ଭୁକୁ ସାଲାଇନ ଦିଆଯିବା ସହ ନୀରିକ୍ଷଣରେ ରଖାଯାଇଥିଲା । ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ଶମ୍ଭୁକୁ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଗତମାସ ୨୪ରେ କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳର ଶୁକଡୋଳା ଖସରା ଜଙ୍ଗଲରେ ଛୁଆ ହାତୀଟି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । ଖବରପାଇ ବନବିଭାଗ ଜେସିବି ଦ୍ୱାରା ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲା । ହେଲେ ହାତୀ ଛୁଆକୁ ମା’ ହାତୀ କିମ୍ବା ପଲ ଆଉ ଗୋଠରେ ପୁରାଇ ନଥିଲେ । ବନ କର୍ମଚାରୀମାନେ ଛୁଆ ହାତୀକୁ ପଲରେ ଛାଡ଼ିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ଚଳିତମାସ ୧ ତାରିଖରେ ହାତୀ ଶାବକକୁ ପଦ୍ମପୁରସ୍ଥିତ ହାତୀ ଯତ୍ନ କେନ୍ଦ୍ରରେ ରଖା ଯାଇଥିଲା । ସେଠାରେ ବନ କର୍ମଚାରୀମାନେ ତା’ ନାମ ‘ଶମ୍ଭୁ’ ରଖିଥିଲେ ।

ଅଧିକ ପଢନ୍ତୁ