ସୁନ୍ଦରଗଡ ଓଏସସିଏସସି ଲିମିଟେଡ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି । ଗତକାଲି ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସଂପତ୍ତି । ବାବୁଙ୍କର ବାଲେଶ୍ୱରରେ ଗୋଟିଏ ବଡ ଅଟ୍ଟାଳିକା, ମାର୍କେଟ କମ୍ପେ୍ଲକ୍ସ ଓ ଜିମ ଠାବ ହୋଇଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ । ୧୭୫ ଗ୍ରାମ ସୁନା ଜବତ ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମା ରାଳି ଠାବ ହୋଇଛି । ଶ୍ରୀ ବାରିକ ନଭେମ୍ବର ୧୯୯୫ରେ ଭଦ୍ରକ ଯୋଗାଣ କାର୍ଯ୍ୟାଳୟରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କ ମାସିକ ଦରମା ମାତ୍ର ୫ ହଜାର ୪୦୦ ଟଙ୍କା ଥିଲା । କିନ୍ତୁ ସେ ଅସାଧୁ ଉପାୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
