ଟ୍ରେନରେ ଲାର୍ଟିନ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଟ୍ରେନ୍ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି।
ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।
