ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟପାଠ ଦାଖଲ କରାଯାଇଛି।ମରାମତି ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତିତ ହେଉଛି, ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏନେଇ କୋର୍ଟକୁ ଅବଗତ କଲେ ଆଡ୍ଭୋକେଟ୍ ଜେନେରାଲ । ସରକାର ଏବଂ ASIର ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସ୍ୱଚ୍ଛତା ସହ ସମ୍ପାଦିତ ହେଉଛି। ରାଜ୍ୟର ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମସ୍ତ ବିଷୟ ଏବଂ ଅଗ୍ରଗତି ସମ୍ପର୍କରେ ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଗଣତି ମଣତି ନେଇ ନିଷ୍ପତ୍ତି ହୋଇଥିଲା ।ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ । ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।
