ମଝିଘରିଆଣୀ ପୀଠରେ ରାଜ୍ୟ ଦେବୋତ୍ତର ଆୟୁକ୍ତ

ରାୟଗଡ଼ା ତା ୨୩/୧୨ (ନିପ୍ର) ରାଜ୍ଯ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଆଜି ଦିନିକିଆ ରାୟଗଡା ଗସ୍ତକରି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଦେବୋତ୍ତର ଆୟୁକ୍ତ ସିଦ୍ଧାର୍ଥ ଜେନାଙ୍କ ସମେତ ୪ଜଣିଆ ଟିମ୍ ମଧ୍ଯ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରର ଭିତ୍ତିଭୂମି କିପରି ଉନ୍ନତି ହୋଇପାରିବ ଓ ରାଜ୍ଯ ପ୍ରଦାନ କରିଥିବା ଅନୁଦାନ କିପରି ଖର୍ଚ୍ଚ ହେଉଛି ତାର ସମୀକ୍ଷା କରିଛନ୍ତି। ଆୟୁକ୍ତ ମନ୍ଦିରର ଚତୁର୍ପାର୍ଶ୍ବ ବୁଲିବା ସହ ଭକ୍ତ ମାନେ କିପରି ଶୃଙ୍ଖଳିତ ଦର୍ଶନ କରୁଛନ୍ତି ତାର ତଦାରଖ କରିଛନ୍ତି। ପରେ ଟ୍ରଷ୍ଟି କାର୍ଯ୍ଯାଳୟ ପରିସରରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମାଁଙ୍କୁ ଦାନ ଆକାରରେ ବାର୍ଷିକ ହୁଣ୍ଡିରୁ କେତେ ଟଙ୍କା ଓ ବିଭିନ୍ନ ଅଳଙ୍କାର ଆଦାୟ ହେଉଛି,ଏବଂ ସେସବୁ ଟଙ୍କା କେଉଁ ବାବଦରେ ଖର୍ଛ ହେଉଛି ତାର ତଦାରଖ କରିଛନ୍ତି ଦେବତ୍ତୋର ଆୟୁକ୍ତ ଶ୍ରୀ ଜେନା। ସେହିପରି ଦାନ ହୁଣ୍ଡିରୁ ମିଳୁଥିବା ଟଙ୍କା 16ଟି ଏକାଉଣ୍ଟ ରେ ରହିଥିବା ବେଳେ ସେସବୁକୁ ମାତ୍ର ତିନୋଟି ଏକାଉଣ୍ଟ ରେ ରଖିବାକୁ ମନ୍ଦିର ପରିଚାଳନା କମିଟିକୁ ପରାମର୍ଶ ଦେଇଥିଲେ। ତେବେ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବାବଦକୁ ବେଆଇନ ଭାବେ ଏକାଧିକ ଟିକଟରେ ବ୍ଯବସ୍ଥା କରାଯାଇଥିବା ବେଳେ ତାର ଅନୁଧ୍ଯାନ କରିଥିଲେ ଆୟୁକ୍ତ। ପୂର୍ବରୁ ଏନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଏନେଇ ଗଣମାଧ୍ୟମ ଆଗରେ ଏହି ଟିମ୍ କୈଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ପରିପ୍ରେକ୍ଷିରେ ମନ୍ଦିର କାର୍ଯ୍ୟଳୟରେ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ରାଇଶିଂ ବିଡିକାଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ କଣ ଆଲୋଚନା ହୋଇଥିଲା ତାହା ଗଣମାଧ୍ୟମକୁ ଆଗରେ ପ୍ରକାଶ କରିନଥିଲେ । ଏଭଳିକି ରାଜ୍ଯ ଦେବୋତ୍ତର ଆୟୁକ୍ତ ଶ୍ରୀଜେନାଙ୍କ ଏହା ସରକାରୀ ଗସ୍ତ ଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କାହିଁକି ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନଥିଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ।

ଅଧିକ ପଢନ୍ତୁ