ଡାହାଣୀ ସନ୍ଦେହ ହତ୍ୟା ଓ ବାଲ୍ୟ ବିବାହ ନେଇ ସରକାରଙ୍କ ଚିନ୍ତା

ଓଡ଼ିଶାର କିଛି ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅନ୍ଧାର ମଧ୍ୟରେ ‘ଡାହାଣୀ ସନ୍ଦେହ’ ନାମରେ ନିର୍ଦ୍ଦୋଷ ଜୀବନ ଯାଉଛି । ତେବେ ଗାଁ ଗାଁ, ଘରେ ଘରେ ପହଞ୍ଚି ଅଧିକାରୀମାନେ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ମାନବିକ ଦୃଷ୍ଟିରେ କାର୍ଯ୍ୟ କରିବା ଦ୍ୱାରା ଏହି କୁସଂସ୍କାରକୁ ଦୂର କରାଯାଇ ପାରିବ, ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରୀମତି ପରିଡା ଆହୁରି କହିଛନ୍ତି ଯେ, “ସେ ଡାହାଣୀ ସମ୍ପର୍କୀୟ ହିଂସା, ହତ୍ୟା ଓ ବାଲ୍ୟ ବିବାହ ଘଟଣା ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ରିପୋର୍ଟ ମିଳିଲା ପରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି । ଏପରି ଅପରାଧ ରୋକିବାକୁ ସରକାର ପ୍ରତିବଦ୍ଧ ଥିଲେ ମଧ୍ୟ, ଏହି ସାମାଜିକ କୁପ୍ରଥାକୁ ପ୍ରଭାବଶାଳୀ ଭାବେ ଦମନ କରିବା ପାଇଁ ସମାଜର ସହଯୋଗ ସମାନ ଭାବେ ଆବଶ୍ୟକ”, ବୋଲି ସେ ଜୋର ଦେଇଛନ୍ତି ।“ବାଲ୍ୟ ବିବାହ ରୋକିବା ପାଇଁ ଆମେ ଆଙ୍ଗନୱାଡ଼ି କର୍ମୀ, ଶିଶୁ କଲ୍ୟାଣ ସମିତି ଏବଂ ଶିଶୁ କଲ୍ୟାଣ ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କୁ ସକ୍ରିୟ କରୁଛୁ । ସରକାର ଏପରି ଅପରାଧ ରୋକିବାକୁ ପ୍ରତିବଦ୍ଧ ଥିଲେ ମଧ୍ୟ, ସମାଜର ସକ୍ରିୟ ସହଯୋଗ ବିନା ଏହି କୁସାମାଜିକ ପ୍ରଥାଗୁଡ଼ିକୁ ମୂଳରୁ ଉଚ୍ଛେଦ କରିବା ସମ୍ଭବ ନୁହେଁ,” ବୋଲି ପରିଡା କହିଛନ୍ତି । ସୂଚନାମୁତାବକ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗର ଆନୁକୂଲ୍ୟରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରକଳ୍ପ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ଓ ଜିଲ୍ଲା ସଂଯୋଜକ (DHEW)ମାନେ ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ