ଭାରତର ମିଶନ ବ୍ଲୁବାର୍ଡ । ସରିଯିବ ଟାୱାର ଯୁଗ

ଶ୍ରୀହରିକୋଟାରୁ ଐତିହାସିକ ଉତ୍‌କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍‌ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ଏଥର ଆମେରିକାର ଉଦ୍ଭାବକ ଏଏସ୍ଟି ସ୍ପେସ୍ମୋବାଇଲ୍ର ଆଗାମି ପିଢ଼ି କମ୍ୟୁନିକେସନ୍ ସାଟେଲାଇଟ୍‘ବ୍ଲୁବାର୍ଡ-୬ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନରୁ ମହାକାଶକୁ ପଠାଯାଇଛି । ଏହାର ଲକ୍ଷ୍ୟ- ସିଧାସଳଖ ମହାକାଶରୁ ସାଧାରଣ ସ୍ମାର୍ଟଫୋନ୍‌କୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା । ମିଶନ ସଫଳ ହେଲେ ଆଉ ମୋବାଇଲ ନେଟୱାର୍କ ପାଇଁ ଟାୱାରର ଆବଶ୍ୟକତା ପଡ଼ିବ ନାହିଁ । ଟାୱାର ଯୁଗ ସରିଯିବ । ବ୍ଲୁବାର୍ଡ ବ୍ଲକ-୨ ସାଟେଲାଇଟ୍ ପୃଥକ ହୋଇ ସଫଳତାର ସହ କକ୍ଷପଥରେ ସ୍ଥାପିତ ହୋଇଛି । ଏହା ସହିତ, ମିଶନ୍ ସଫଳତାର ସହ ସମାପ୍ତ ହୋଇଛି ।

ଅଧିକ ପଢନ୍ତୁ