ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଜାରି ରଖିଛି। ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୂଚନାମୁତାବକ ମଙ୍ଗଳବାର ସକାଳ ୧୦ଟାରେ କୁନି ଝିଅ ସ୍କୁଲ୍ ଯାଇଥିଲା । କିନ୍ତୁ ସେ ସ୍କୁଲକୁ ନଯାଇ ଝିଅ କୁଆଡ଼େ ନିଖୋଜ୍ ହୋଇଯାଇଥିବା ଜଣାପଡିଥିଲା । ଏହା ପରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ବହୁ ଖୋଜାଖୋଜି ପରେ ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟ ଜଙ୍ଗଲରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।
