କୋଣାର୍କ ସୂର୍ଯ୍ୟ ମନ୍ଦିରରରେ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍

ନୂଆବର୍ଷ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍ । ଆସନ୍ତାକାଲି ବଡ଼ ଦିନ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଲଗାଯାଇଛି । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବ୍ୟାରିକେଟ ମଧ୍ୟ ଦେଇ ପର୍ଯ୍ୟଟକ ମାନେ ଧାଡିରେ ଶୃଙ୍ଖଳିତ ଭାବେ ପ୍ରବେଶ କରି ସୂର୍ଯ୍ୟମନ୍ଦିର ବୁଲି ଦେଖିପାରିବେ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସୂର୍ଯ୍ୟମନ୍ଦିର ପ୍ରବେଶ କରି ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏଏସ୍‌ଆଇର ସ୍ଥାନୀୟ ଅଧିକାରୀ ତ୍ରଇଲୋକ ନାଥ ବେହେରା ପ୍ରକାଶ କରିଛନ୍ତି । ଅନଲାଇନ ଓ ଅଫଲାଇନ ଟିକେଟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି । ଆଉ ଟିକେଟ କଳାବଜାରୀ ହୋଇ ପାରିବନାହିଁ ।

ଅଧିକ ପଢନ୍ତୁ