୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ: ଜଷ୍ଟିସ୍ ବିଶ୍ବନାଥ ରଥ

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ରତ୍ନ ଗଣତି ମଣତି ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ । ଏ ନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ ରଖି ଦିଆଯାଇଛି ।ତେବେ ଗଣତିମଣତି ପ୍ରକ୍ରିୟାରେ କେଉଁମାନେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ। ରତ୍ନ ଗୁଡ଼ିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଏଥିପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି । ବିଶେଷ ପର୍ବ ଦିନ ଗୁଡିକୁ ଦୃଷ୍ଟିରେ ରଖି SoP ଜାରି ହେବ । ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତିକୁ ନେଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ