ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ଓଲ ଚିକି ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ସହଜ ହେବ।
ରାଷ୍ଟ୍ରପତି କହିଛନ୍ତି ଯେ ଏହି ବର୍ଷ ଆମେ ଓଲ ଚିକି ଲିପିର ଶତବାର୍ଷିକୀ ପାଳନ କରୁଛୁ। ଆଉ ସେହି ଶତବାର୍ଷିକୀ ବର୍ଷରେ ଓଲ ଚିକି ଲିପିରେ ଭାରତର ସମ୍ବିଧାନ ପ୍ରକାଶନ ପାଇଁ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ।୯୨ତମ ସଂଶୋଧନ ଆଇନ, ୨୦୦୩ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଥିବା ସାନ୍ତାଳୀ ଭାଷା ଭାରତର ସବୁଠାରୁ ପ୍ରାଚୀନ ଜୀବନ୍ତ ଭାଷା ମଧ୍ୟରୁ ଗୋଟିଏ । ଝାଡ଼ଖଣ୍ଡ,ଓଡ଼ିଶା,ପଶ୍ଚିମବଙ୍ଗ ଏବଂ ବିହାରରେ ବହୁ ସଂଖ୍ୟକ ଆଦିବାସୀଙ୍କ ସାନ୍ତାଳୀ ଭାଷା ବ୍ୟବହାର କରନ୍ତି ।
