ସ୍ଥାନୀୟ ଜୟପୁର ସଦର ଦଶରା ପଡିଆ ଠାରେ ମିଷ୍ଟର୍ ଅନ ଡିଭାଇଡେଡ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଯୋଗିତା ମଧୁ ଜିମ୍ ଜିତୁ ଖରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ରଘୁ ରାମ ମାଛ ସାଂସଦ, କୋରାପୁଟ,ରବି ନାରାୟଣ ନନ୍ଦ ପୂର୍ବତନ ସାଂସଦ ଜୟପୁର,ରଘୁ ରାମ ପଦଲ ପୂର୍ବତନ ସାଂସଦ କୋରାପୁଟ, ନରି ମହାନ୍ତି ଚେୟାର ମେନ ପୌର ପରିଷଦ, ଆରତୀ ମହାନ୍ତି, ଓକିଲ ଜୟପୁର, ମନୋଜ ଆଚାର୍ଯ୍ୟ, କୋରାପୁଟ ବଡ଼ି ବିଲ୍ଡିଂ ସଂଘ ର ସଭାପତି ମନୋଜ ଆଚାର୍ଯ୍ୟ ଓ ମୁଖ୍ୟ ବିଚାରକ ଭାବେ ଶିବ ରାମ ମହାରଣା, ଓ ସଞ୍ଜୟ ସତପଥି ⁷ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର 80 ଜଣ ପ୍ରତିଯୋଗୀ 5 ଟି ଶ୍ରେଣୀ ନେଇ ହୋଇଥିଲା। ରାୟଗଡ଼ା ଜିଲ୍ଲାର ବି ସାଇ 65 କେଜି ବର୍ଗରେ ପ୍ରଥମ, ରୋହିତ କୁମାର ପାଢ଼ୀ 60 କେଜି ବର୍ଗରେ ଚତୁର୍ଥ, ସାଇଦ କଲିଙ୍ଗ 55 କେଜି ବର୍ଗରେ ତୃତୀୟ, ଟି ରାମକୃଷ୍ଣ 75 କେଜି ବର୍ଗରେ ତୃତୀୟ, ଲିଲୁ ମହାନନ୍ଦିଆ 55 କେଜି ବର୍ଗରେ ପ୍ରଥମ, ଅଜୟ ପେଦେନ୍ତି 75 କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରାୟଗଡ଼ା ର ବି ସାଇ, ବାଜୀ ମାରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୀଷ୍ଟର ଅନ ଦିଭାଇଦେଡ କୋରାପୁଟ ଭାବେ ସ୍ଥାନ ଅଧିକାର କରିଥିଲେ। ରାୟଗଡା ର ସମ୍ପାଦକ ଭାବରେ ମନୋରଞ୍ଜନ ଶତପଥୀ, ଟିମ୍ ଲିଡର ଭାବରେ ପ୍ରତାପ ସ୍ୱାଇଁ, ମିଥିନ୍ ଦୋଲେଇ, ସେକ ସର୍କିଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ ଦେଇଥିଲେ।
