ରାୟଗଡ଼ା ତା ୩୦/୧୨ ମାତୃତ୍ଵରେ କଳଙ୍କ, ଜନ୍ମ କରି ଫିଙ୍ଗିଦେଲା ଜନ୍ମଜାତ ଶିଶୁକୁ ରାସ୍ତାକଡ଼ରେ ଫିଙ୍ଗିଦେଲା ମାଆ । ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁଚନା ମୁତାବକ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପଛ ପଟ ରାସ୍ତାରେ ଦିନ ଦ୍ବିପହରରେ ଏକ ଜନ୍ମଯାତ ଶିଶୁ ପୁତ୍ରକୁ କେହି ଫିଙ୍ଗି ଦେଇ ଥିବା ବେଳେ କୁକୁର ଏହାକୁ ଟାଣି ନେଉଥିବା ଦେଖିଥିଲେ ଉକ୍ତ ଅଞ୍ଚଳର ବାସିନ୍ଦା । ପରେ ଏହାକୁ ନେଇ ପୋଲିସ ଥାନାରେ ଖବର ଦେବା ପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ । ଘଟଣାର ତଦନ୍ତ ଚାଲିଥିବା ବେଳେ ଏହି ଜନ୍ମଜାତ ଶିଶୁ ପୁତ୍ରକୁ କିଏ ଏହି ରାସ୍ତା କଡ଼ରେ ଫିଙ୍ଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୁଚନା ମୁତାବକ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ରାୟଗଡ଼ା ସହରରେ ଦେଖିବାକୁ ମିଳିଥିବା ବେଳେ ଦେଖଣାହାରୀ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହ ଏକ ସମାଜରେ ଘୃଣିତ କାର୍ଯ୍ୟ ବୋଲି ସମାଲୋଚନା କରିଛନ୍ତି ।
