ହାଇଆଲର୍ଟରେ ପୁରୀ :ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ଆଜି ୨୦୨୫ର ଶେଷ ଦିନ । ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍‌ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ । ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ, ୩୩ DSP ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି । ଆସନ୍ତାକାଲି ପର୍ଯ୍ୟନ୍ତ ମାର୍କେଟ ଛକଠାରୁ NO VEHICLE ZONE ହେବ। ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ଅଧିକ ପଢନ୍ତୁ