ଆସିଲା ବାଘଙ୍କ ସଂଖ୍ୟାର ରିପୋର୍ଟ । ବର୍ଷକରେ ମଲେ ୧୬୬ ବାଘ

ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା ।୨୦୨୫ରେ ମହାରାଷ୍ଟ୍ରରେ ୩୮, କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ୧୬୬ ମୃତ ବାଘଙ୍କ ମଧ୍ୟରେ ୩୧ଟି ଶାବକ ଅଛନ୍ତି। ସ୍ଥାନ ଅଭାବରୁ ନିଜ ନିଜ ମଧ୍ୟରେ ସଂଘର୍ଷରୁ ଅନେକ ବାଘଙ୍କ ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୪ରେ ଭାରତରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ସର୍ବପ୍ରଥମେ ଜାନୁଆରି ୨ରେ ମହାରାଷ୍ଟ୍ରର ବ୍ରହ୍ମପୁରୀ ବନଖଣ୍ଡରେ ଏକ ବୟସ୍କ ବାଘର ମୃତ୍ୟୁ ହୋଇଥିଲା। ଏହାର ତିନି ଦିନ ପରେ ମଧ୍ୟପ୍ରଦେଶର ଏକ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା।ତେବେ ବିଭିନ୍ନ କାରଣରୁ ବାଘଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) କହିଛନ୍ତି ।

ଅଧିକ ପଢନ୍ତୁ