ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ

ନ୍ୟୁଜିଲାଣ୍ଡ ବିରୋଧରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଶୁଭମନ ଗିଲ୍ ଏହି ଶୃଙ୍ଖଳାର ଅଧିନାୟକତ୍ୱ କରିବେ ଏବଂ ଶ୍ରେୟସ୍ ଆୟରଙ୍କୁ ଉପ-ଅଧିନାୟକ କରାଯାଇଛି । ଶ୍ରେୟସ ଆୟର ମ୍ୟାଚ ଖେଳିବେ କି ନାହିଁ ଏହା ତାଙ୍କର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ।ଭାରତୀୟ ଟିମରେ ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସାଦ କୃଷ୍ଣ, କୁଲଦୀପ ଯାଦବ, ଋଷଭ ପନ୍ତ, ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶ୍ବସ୍ବୀ ଜୟସଓ୍ବାଲ ରହିଛନ୍ତି ।ଏହି ସିରିଜର ପ୍ରଥମ ମ୍ୟାଚ୍ ୧୧ ଜାନୁଆରୀରେ ବରୋଦରାରେ, ଦ୍ୱିତୀୟ ମ୍ୟାଚ୍ ୧୪ ଜାନୁଆରୀରେ ରାଜକୋଟରେ ଏବଂ ତୃତୀୟ ମ୍ୟାଚ୍ ୧୮ ଜାନୁଆରୀରେ ଇନ୍ଦୋରରେ ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ