ରାଜ୍ୟକୁ ପୁଣି ଫେରିଛି ଶୀତ, ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  ।  ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ  ରାଜ୍ୟକୁ ପୁଣି ଫେରିଛି ଶୀତ ।  ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ ।  ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ ।  ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ ।

ଅଧିକ ପଢନ୍ତୁ