ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ,ଡାକ୍ତର ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜି ବି ସାରା ରାଜ୍ୟରେ ଜାରି ରହିଛି । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି ।ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।ଡାକ୍ତର ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଡାକ୍ତରଙ୍କ ଦାବି ଉପରେ ଆଲୋଚନା ହୋଇଛି । ଅନେକ ଦାବି ପୂରଣ ହୋଇଛି, ବାକି ଦାବି ଗୁଡ଼ିକ ଆଲୋଚନା ମାଧ୍ୟମରେ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । ଏନେଇ ଏକ କମିଟି ଗଠନ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ