ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍ଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ । ତିନି ଅଧିକାରୀ ହେଉଛନ୍ତି ଈଶ୍ୱର ମହାପାତ୍ର ଜିଲା ପରିଚାଳକ, ଜୟପୁର, କୋରାପୁଟ, ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଏହି ତିନି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳାର ଅଭିଯୋଗ ପାଇବା ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି।
