ଇପିଏଫ୍ ପେନସନଭୋଗିଙ୍କ ପେନସନ୍ ବୃଦ୍ଧି ଲାଗି ରାୟଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ରାୟଗଡ଼ – ୦୮/୦୧ ଅଲ୍ ଓଡ଼ିଶା ଇପିଏଫ୍ ପେନସନର ରାଜ୍ୟ ମହାସଂଘର ଡାକରାରେ ଆଜି ରାୟଗଡ଼ ଜିଲ୍ଲ। ଇପିଏଫ୍ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇପିଏଫ୍ ପେସେନଭୋଗୀ ମାନଙ୍କୁ ସର୍ବନିମ୍ନ ମାସିକ ଟ. ୯୦୦୦/-ଙ୍କା ସହିତ ମହଙ୍ଗାଭତ୍ତା ଲାଗୁ କରିବା ଏବ ସମସ୍ତ ଇପିଏଫ୍ ପେନସନ ଭୋଗୀଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରିବା ଦାବୀ ନେଇ ଶୋଭାଯାତ୍ରା ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରଙ୍କ ନିକଟରେ ବହୁବାର ଦାବୀ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ସରକାର କୌଣସି ଆନ୍ତରୀକତାର ସହିତ ବିଚାରକୁ ନେଉ ନାହାନ୍ତି। ଆଜିର ଏହି ଶୋଭାଯାତ୍ରାରେ ଉଠା ଜଳସେଚନ ନିଗମ, ବନ ନିଗମ, ମାଇନର ଇରିଗେସନ ଓ ସଡ଼କ ପରିବହନ ନିଗମରପ୍ରାୟ ୪୦ ଜଣ ଇପିଏଫ୍ ପେନସନ ଭୋଗୀ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ସାଧାରଣ ସଂପାଦକ ଫକୀର ମୋହନ ନାୟକ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ