ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଜରିମାନା ନଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବ ପରିବହନ ବିଭାଗ ପକ୍ଷରୁ ଆଇନ୍ ବିଭାଗକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଧି ଅନୁସାରେ ଜୋରିମାନା ପରିମାଣ ହ୍ରାସ କରିପାରିବେ।ମନ୍ତ୍ରୀ ଶ୍ରୀଜେନା କହିଛନ୍ତି, ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜୋରିମାନାକୁ ହ୍ରାସ କରିବା ‎ଦିଗରେ ବିଭାଗ ପକ୍ଷରୁ ତର୍ଜମା କରାଯିବ

ଅଧିକ ପଢନ୍ତୁ