ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର (କାର୍ଯ୍ୟସ୍ଥଳୀ ସଂସ୍କୃତି) କନ୍ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ (ଟିସିଡବ୍ଲ୍ୟୁଆଇ)’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ତେବେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ ଆଗରେ ରହିଥିଲେ ହେଁ ସୁରକ୍ଷା, ପରିବହନ, ଦରଦାମ ଦୃଷ୍ଟିରୁ ପଛୁଆ ଅଛି । ଗତବର୍ଷ ଅଗଷ୍ଟରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସପ୍ତମ ସୁରକ୍ଷିତ ସହର ଭାବରେ ସ୍ଥାନ ପାଇଥିଲା। ଏହି ତୁଳନାରେ ଏ ବର୍ଷର ମାନ୍ୟତା ୩୪କୁ ଖସି ଆସିଛି।
