ଭାରତକୁ ଭେନେଜୁଏଲାର ତେଲ ବିକ୍ରୟ କରିବାକୁ ଆମେରିକା ପ୍ରସ୍ତୁତ କିନ୍ତୁ ..

ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରୟ କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ତେବେ ଫକ୍ସ ବିଜନେସ ସହିତ ଏକ ସାକ୍ଷାତକାରରେ, ରାଇଟ୍ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରକୁ ଫେରିବାକୁ ଅନୁମତି ଦେଉଛି । କିନ୍ତୁ ଏହା ଏକ କଡ଼ା ନିୟନ୍ତ୍ରିତ ଢାଞ୍ଚା ଅଧୀନରେ ହେବ । ମାର୍କେଟିଂ ଆମେରିକା ସରକାର କରିବେ। ଅର୍ଥ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ପ୍ରବାହିତ ହେବ।ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ତୈଳ କମ୍ପାନୀ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।ଆମେରିକୀୟ କମ୍ପାନୀଗୁଡ଼ିକ ଭେନେଜୁଏଲାରେ ଅତି କମରେ $ ୧୦୦ ବିଲିୟନ ଖର୍ଚ୍ଚ କରିବେ। ଏହି ବୈଠକ ସମୟରେ, ଟ୍ରମ୍ପ ଭେନେଜୁଏଲାରେ ସେମାନଙ୍କର କାର୍ଯ୍ୟ ପାଇଁ ସେନାକୁ ମଧ୍ୟ ପ୍ରଶଂସା କରିଥିଲେ।ସେ କହିଥିଲେ ଯେ ଆମେରିକା ଗତକାଲି ଭେନେଜୁଏଲାରୁ ୩୦ ନିୟୁତ ବ୍ୟାରେଲ ତେଲ ପାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଆମେରିକା ଶୀଘ୍ର ୫୦ ନିୟୁତ ବ୍ୟାରେଲ ଭେନେଜୁଏଲା ତେଲ ବିଶୋଧନ ଏବଂ ବିକ୍ରୟ ଆରମ୍ଭ କରିବ। ସେ ଏହା ମଧ୍ୟ କହିଥିଲେ ଯେ ଆସନ୍ତା ସପ୍ତାହରେ ତୈଳ କମ୍ପାନୀଗୁଡ଼ିକ ସହିତ ଆଉ ଏକ ବୈଠକ ଅନୁଷ୍ଠିତ ହେବ। ଅନ୍ୟପଟେ ଆମେରିକାର ସୈନ୍ୟବାହିନୀ କାରବିଆନ୍ ସାଗରରେ ଲଗାତାର ତୃତୀୟ ଦିନରେ “ଓଲିନା”ନାମକ ତେଲ ଟ୍ୟାଙ୍କରକୁ ଜବତ କରିଛି । ଯାହା ଭେନେଜୁଏଲାର ତୈଳ ଉତ୍ପାଦନ ଉପରେ ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନକୁ ବୃଦ୍ଧି କରିଛି । ଆମେରିକାର ମେରାଇନ୍ ଏବଂ ନୌସେନା କର୍ମଚାରୀମାନେ ଟ୍ୟାଙ୍କରକୁ ଅଟକାଇ ଜବତ କରିଛନ୍ତି । ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରଠାରୁ ଆମେରିକା ମୋଟ ପାଞ୍ଚଟି ତୈଳ ଟ୍ୟାଙ୍କର୍ ଜବତ କରିଛି । କାରବିଆନ୍ ସାଗରରେ ଅପରାଧି ମାନେ ଲୁଚିବା ପାଇଁ କୌଣସି ସ୍ଥାନ ନଥିବା ଆମେରିକାର ସେନା ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ