ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ବିରଳ ତଥା ଚିତ୍ତାକର୍ଷକ ଖବର । ଆଜିଠାରୁ ଆକାଶରେ ସୌର୍ଯ୍ୟମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ‘ବୃହସ୍ପତି’ ଅଧିକ ଉଜ୍ଜ୍ବଳ ଓ ବଡ଼ ଦେଖାଯିବ ।ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ। ତାରାପରି ବୃହସ୍ପତି ଝିଲ୍ମିଲ୍ କରେ ନାହିଁ, ବରଂ ଏକ ସ୍ଥିର, ଉଜ୍ଜ୍ୱଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଦେଖାଯାଏ। ଶନିବାରଠାରୁ ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାକୁ ଦେଖିବାକୁ ମିଳିବ। ରାତି ବଢ଼ିବା ସହିତ ବୃହସ୍ପତି ଉପରକୁ ଗତି କରି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପରେ ଆକାଶର ସବୁଠାରୁ ଉଜ୍ଜ୍ୱଳ ବସ୍ତୁ ହେବ। ବୃହସ୍ପତିକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଆବଶ୍ୟକ ନାହିଁ। ତଥାପି ଏକ ଛୋଟ ଦୂରବୀକ୍ଷଣ ବା ବଡ ବାଇନାକୁଲାରରେ ଏହାର ଚାରିଟି ବୃହତ୍ ଚନ୍ଦ୍ର – ଆୟୋ, ୟୁରୋପା, ଗାନିମିଡ ଏବଂ କାଲିଷ୍ଟୋ ଦେଖାଯାଇପାରିବ। ବୃହସ୍ପତି ପୃଥିବୀ କକ୍ଷପଥ ବାହାରେ ସୂର୍ଯ୍ୟଠାରୁ ପ୍ରାୟ ୭୮ କୋଟି କି.ମି. ଓ ପୃଥିବୀଠାରୁ ମାତ୍ର ୧୫ କୋଟି କି.ମି. ଦୂରରେ ବୁଲୁଛି। ବୃହସ୍ପତି ପ୍ରତି ୧୩ ମାସରେ ଥରେ ପୃଥିବୀର ନିକଟତର ହୋଇଥାଏ। ସେହି ସମୟରେ ବୃହସ୍ପତି ରାତି ଆକାଶରେ ଉଜ୍ଜ୍ୱଳ ଦେଖାଯାଏ। । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ମହଜାଗତିକ ପ୍ରକ୍ରିୟା ଜାରି ରହିବ, ଯାହା ଛାତ୍ରଛାତ୍ରୀ ଏବଂ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏକ ବଡ଼ ସୁଯୋଗ ।
