ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ଆହତ

ଶନିବାର ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନ vtkss ଜଳଦା କଂସର ପଡ଼ିଆରେ ଅପରାହ୍ନ ୧.୪୦ ମିନିଟ୍‌ରେ ଜରୁରୀ ଅବତରଣ କରିଛି। ସେଥିରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ ।  ୯ ସିଟର ବିମାନ ରାଉରେକଲାରୁ ଭୁବନେଶ୍ବର ଆସିଥିଲା ।  ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା କହିଲେ ମନ୍ତ୍ରୀ ।

ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ।  ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।  ୪ ଯାତ୍ରୀ ଓ ୨ କ୍ରିଉ ମେମ୍ବର ଆହତ ହୋଇଥିବା ସୂଚନା ମିଳିଛି । ରାଉରକେଲା ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର । ଆହତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି ।

ଅଧିକ ପଢନ୍ତୁ