ଆଉ ୧୦ ହଜାର ନୁହେଁ ଦୁଇ କିମ୍ବା ତିନି ହଜାର ଟଙ୍କା ହେବ PUCC ଜୋରିମାନା । ଲୋକଙ୍କ ଆର୍ଥିକ ବୋଝ ଦେଖି ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା PUCC ଜୋରିମାନା ରାଶିକୁ ତର୍ଜମା କରୁଛି ବିଭାଗ । କିଛି ଦିନ ତଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ PUC ସାର୍ଟିଫିକେଟ ଜୋରିମାନାକୁ କୋହଳ କରିବା ସହ ଟୋଲ ଗେଟ ଯାଞ୍ଜ ବେଳେ କଟକଣା କୋହଳ କରାଯାଇଥିଲା ।ଶନିବାରଠାରୁ ପଲ୍ୟୁସନ ସେଣ୍ଟର ଗୁଡିକରେରେ ଗ୍ରୀନ ଷ୍ଟିକର ମିଳିବା ନେଇ ବିଭାଗ କହିଥିଲେ ବି ଏପର୍ଯ୍ୟନ୍ତ ମିଳିନି ଗ୍ରୀନ ଷ୍ଟିକର । ତେବେ ଯାଞ୍ଜ ଅଧିକାରୀ ମାନେ ଜାଣିବା ପାଇଁ କେବଳ ଗ୍ରୀନ ଷ୍ଟିକର ବ୍ୟବସ୍ଥା କରାଯାଇଥିବାରୁ ଚାଳକ ଦ୍ବନ୍ଦରେ ନ ରହିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।
