ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ କରୁଥିଲା । ପ୍ରଥମ ରାତିରେ ନାଟକ ପୂର୍ବରୁ ନିଶା ମହାରଣା ନାଚ ପରିବେଶଣ ନିମନ୍ତେ ପେଣ୍ଡାଲ ଉପରକୁ ଚଢିଥିଲେ । ଆଉ ଆରମ୍ଭ କରିଥିଲେ ତାଙ୍କର ଅଶ୍ଲୀଳ ନାଚ | ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ହଠାତ୍ ରାଗିଯାଇଥିଲା । ଆଉ ପେଣ୍ଡାଲ ଉପରକୁ ଜୋତା ଓ ଚେୟାର ଫିଙ୍ଗିଥିଲେ । ଜୋତା କିମ୍ବା ଚେୟାର ନିଶାଙ୍କ ଦେହରେ ବାଜିନଥିଲେ ମଧ୍ୟ ଯାତ୍ରା କମିଟିର ସଦସ୍ୟମାନେ ତାଙ୍କୁ ଭିତରକୁ ନେଇଯାଇଥିଲେ । ପରେ ଅନେକ ସମୟ ଧରି ଯାତ୍ରା ବନ୍ଦ ରହିଥିଲା ।
