ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ ବୁକିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହା ସାଧାରଣ ଯାତ୍ରୀମାନଙ୍କୁ ସିଧାସଳଖ ଲାଭ ଦେବ । ଇ-ଟିକେଟିଂ ପ୍ରକ୍ରିୟାରେ ଲାଗିରହିଥିବା ଅସୁବିଧା, ଧିର ସର୍ଭର ଏବଂ ଦଲାଲଙ୍କ ହସ୍ତକ୍ଷେପକୁ କମ୍ କରିବା ପାଇଁ, ରେଳବାଇ ବୁକିଂ ସମୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ।ଆଧାର ଦ୍ଵାରା ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ ଥିବା ଯାତ୍ରୀମାନଙ୍କ ପାଖରେ ଏବେ ଆଡଭାନ୍ସ ରିଜର୍ଭେସନ ପିରିୟଡ୍ (ARP)ର ପ୍ରଥମ ଦିନରେ ଟିକେଟ୍ ବୁକ୍ କରିବା ପାଇଁ ଅଧିକ ସମୟ ରହିବ। ନୂଆ ସିଷ୍ଟମ ଅନୁଯାୟୀ, ଏହି ଯାତ୍ରୀମାନେ ରାତି ୧୧:୫୯ ପର୍ଯ୍ୟନ୍ତ ସାଧାରଣ ରିଜର୍ଭେସନ ଟିକେଟ୍ ବୁକ୍ କରିପାରିବେ । ପୂର୍ବରୁ, ଏହି ଫିଚର ନିର୍ଦ୍ଦିଷ୍ଟ ଘଣ୍ଟା ପର୍ଯ୍ୟନ୍ତ ସୀମିତ ଥିଲା, ଯାହା ପ୍ରଥମରେ ୱେବସାଇଟରେ ଅତ୍ୟଧିକ ଲୋଡ୍ ଏବଂ ଯାନ୍ତ୍ରିକ ସମସ୍ୟା ସୃଷ୍ଟି କରିଥିଲା । ଅନ୍ୟପଟେ ଏବେ କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ସିଟ୍। ସମସ୍ତଙ୍କୁ ମିଳିବ ସମାନ ସୁବିଧା। ଆଉ ଅଫିସର କୋଟା ଦେଖାଇ କେହି ବି ପାଇ ପାରିବେନି ମନଇଚ୍ଛା ସିଟ୍। ଭାରତୀୟ ରେଲୱେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପାଇଁ ଏଭଳି କିଛି ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତି ଚଳାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ରେ କୌଣସି ଭିଆଇପି କିମ୍ବା ଜରୁରୀକାଳୀନ କୋଟା ରହିବ ନାହିଁ। ବରିଷ୍ଠ ରେଳ ଅଧିକାରୀମାନଙ୍କୁ ମଧ୍ୟ ପାସ୍ ସହିତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ କନଫର୍ମ ଟିକେଟ୍ ଜାରି କରାଯିବ। ଏହା ବ୍ୟତୀତ, କୌଣସି RAC ଟିକେଟ୍ ବି ରହିବ ନାହିଁ।
କମ୍ବଳ କଭର ସମେତ ଯାତ୍ରୀଙ୍କ ବେଡ୍ ଲିନେନ୍ ସମ୍ପୂର୍ଣ୍ଣ ଭାବରେ ଉନ୍ନତ କରାଯିବ। ଏହାର ଗୁଣବତ୍ତା ନିୟମିତ ଟ୍ରେନଗୁଡ଼ିକ ଅପେକ୍ଷା ବେଶ୍ ଉନ୍ନତ ହେବ।
