ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ଅନୁଗୋଳ ଏବଂ ବୌଦ୍ଧ ଜିଲାକୁ ଥଣ୍ଡା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଥିବାବେଳେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାକୁ ଆଲର୍ଟ ଜାରି ହୋଇଛି। । ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତର ପ୍ରକୋପ ଵୃଦ୍ଧି ସମ୍ଭାବନା ରହିଛି ।
ଅନ୍ୟପଟେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୧ ରୁ ୨ ଡିଗ୍ରୀ ସେଲସିୟସ ଖସିପାରେ ରାତି ତାପମାତ୍ରା । ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ଖସିଛି । ରାଉରକେଲାରେ ସର୍ବନିମ୍ନ ୬.୭ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
