ଚଳିତ ବର୍ଷ ଅନ୍‌ଲାଇନ୍‌ ହୋଇପାରେ ଯୁକ୍ତ ୨ ପରୀକ୍ଷା ଖାତା ଦେଖା-ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍‌ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ।

ଗତଥର ବି ସିଏଚ୍ଏସ୍‌ସିରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନ ପତ୍ର ଲିକ୍ ହୋଇନଥିଲା। ତେଣୁ ଚଳିତ ଥର ଏହି ପଦଦ୍ଧି ଆପଣାଯିବ ବୋଲି ଆଲୋଚନା ହେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଚଳିତ ବର୍ଷ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ