ସୁପ୍ରିମକୋର୍ଟ ମଙ୍ଗଳବାର ବୁଲା କୁକୁରଙ୍କ ଆକ୍ରମଣ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ ଜଷ୍ଟିସ୍ ବିକ୍ରମ ନାଥ କଡା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି କୁକୁର କାମୁଡିବା ଦ୍ବାରା ପିଲା କିମ୍ବା ବୟସ୍କ ଲୋକଙ୍କୁ ଆଘତ କିମ୍ବା ମୃତ୍ୟୁ ହୁଏ ତେବେ ଏଥିପାଇ ରାଜ୍ୟ ସରକାରଙ୍କୁ ଭାରି ମାତ୍ରାରେ କ୍ଷତିପୂରଣ ଦେବାକୁ ପଡିପାରେ। ଖଣ୍ଡପୀଠ କହିଛନ୍ତି, ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କିଛି ବି କରି ନାହାଁନ୍ତି । ଏହି ଅବହେଳା ପାଇଁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ ଦାୟୀ କରିବାକୁ ଚାହେଁ । କୋର୍ଟ ଏଥିପାଇଁ ରାଜ୍ୟ ସରକାରଙ୍କୁ ଜବାବ ମାଗିବ । ଜଷ୍ଟିସ ନାଥ କହିଥିଲେ, କୌଣସି କୁକୁର କାମୁଡାରେ ଶିଶୁ, ବୟସ୍କ କିମ୍ବା ବୃଦ୍ଧାବୃଦ୍ଧା ଆହତ ହେଲେ କିମ୍ବା ମୃତ୍ୟୁ ଘଟିଲେ ଯଥେଷ୍ଟ ମାତ୍ରାର କ୍ଷତିପୂରଣ ଦେବା ପାଇଁ ସରାକରଙ୍କୁ ଆମେ କହିବୁ ।ଜଷ୍ଟିସ ନାଥ କହିଥିଲେ, “ଯେଉଁମାନେ ଦାବି କରୁଛନ୍ତି ଯେ, ସେମାନେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ସେମାନଙ୍କର ମଧ୍ୟ ଦାୟିତ୍ୱବୋଧ ରହିଛି । ସେମାନେ କୁକୁରଙ୍କୁ ସୁରକ୍ଷା ଦିଅନ୍ତୁ, ଘରକୁ ନେଇଯାଆନ୍ତୁ । ସେମାନେ ତାଙ୍କୁ ନିଜ ପରିସରରେ, ନିଜ ଘରେ ରଖନ୍ତୁ । ସେମାନେ କାହିଁକି ସବୁଠି ଅଳିଆ ପକାଇବେ, ଲୋକଙ୍କୁ ଭୟଭୀତ କରାଇବେ, କାମୁଡିବେ ଯେଉଁଥିପାଇଁ ଲୋକଙ୍କର ମୃତ୍ୟୁ ଘଟିବ ?”
