
ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ଡିସେମ୍ବର ମାସରେ ଡି.ଏନ.ହାଇସ୍କୁଲ,କେନ୍ଦୁଝର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ନୟାଗଡ଼ ଜିଲ୍ଲା ତରଫରୁ ଭାଗ ନେଇଥିବା ନୂଆଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲୋପାମୁଦ୍ରା ପ୍ରଧାନ ରାଜ୍ୟ ପ୍ରତିନିଧି ଭାବେ ମନୋନୀତ ହୋଇ କୋଲକାତାର ବିର୍ଲା ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ମିଉଜିଅମ ଠାରେ ଅନୁଷ୍ଠିତ ହେଉଥିବା ପୂର୍ବ ଭାରତ ବିଜ୍ଞାନ ଏବଂ ଅଭିଯାନ୍ତ୍ରିକ ମେଳା-୨୦୨୬ରେ ଯୋଗଦାନ କରିଛନ୍ତି। ଚଳିତ ମାସ ୧୩ ରୁ ୧୫ ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବିଜ୍ଞାନ ମେଳାରେ ଲୋପାମୁଦ୍ରା ଜଳ ସଂରକ୍ଷଣ ଏବଂ ପରିଚାଳନା ବିଷୟରେ ନିଜର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିରେ ରାଜ୍ୟ ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଏବଂ କଳାହାଣ୍ଡି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗଦାନ କରିଥିବା ବେଳେ ଗାଇଡ ଶିକ୍ଷକ ଭାବେ ଦେବସ୍ମିତା ସାହୁ ଯୋଗ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ
ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ରାଜ୍ୟ ଏବଂ ଆଣ୍ଡାମାନ ନିକୋବର ଦୀପପୁଞ୍ଜର ମନୋନୀତ ପ୍ରତିଯୋଗୀମାନେ ନିଜ ନିଜର ବିଜ୍ଞାନ ମଡେଲ ଏବଂ ଚିନ୍ତାଧାରା ସହିତ କୋଲକାତାର ଅନୁଷ୍ଠିତ ଏହି ପୂର୍ବ ଭାରତ ବିଜ୍ଞାନ ମେଳାରେ ଯୋଗଦାନ କରିଛନ୍ତି।
