ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ଣଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ବନ୍ଦ ଥିଲା ନୀତିକାନ୍ତି ।ଅନ୍ୟପଟେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରୁଥିବା ବେଳେ ଭୋଗ ମଧ୍ୟ କରୁଛନ୍ତି ହେଲେ ଏହାର ଫଳ ଶୂନ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।ଗତବର୍ଷରୁ ଏହି ବିବାଦ ରହିଥିବା ବେଳେ ପ୍ରଶାସନ ବା ଦେଵତ୍ତୋର କମିସନ ଏଥିରେ ହସ୍ତକ୍ଷେପ କରିନାହାନ୍ତି ।ଗତ ବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବା ବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା । ତେବେ ୧୦ମାସ ବିତିଯିବା ପରେ ଗତବର୍ଷ ଡିସେମ୍ବରରେ ସୁଆର ଏହି ସେବା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ, ଯାହାକୁ ବଡ଼ୁ ନିଯୋଗ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ତେଣୁ ନୀତି ବନ୍ଦ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ଉଭୟ ସେବାୟତ।
