ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା

ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ସଦର ଥାନାରେ ମାମଲା ରୁଜୁ ପରେ ବଢିଲା ଗିରଫ ସମ୍ଭାବନା । ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢିଛି ।ଗୋଟିଏ ଟିମ ଭୁବନେଶ୍ୱର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି ।୧୨ ତାରିଖରେ ଚନ୍ଦନଭାଟିରେ ଯାତ୍ରା ଦୁର୍ଗାମନ୍ଦିରରେ ଅଶ୍ଳୀଳ ନୃତ୍ୟ କରିଥିଲେ ନିଶା। ଏହାକୁ ନେଇ ତାଙ୍କ ବିରୋଧରେ ବିଭିନ୍ନ ଲୋକ ଅଭିଯୋଗ କରିଥିଲେ। ଏହି ମାମଲାରେ ୨ ଆୟୋଜକ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେରଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ବଢ଼ିଛି।

ଏହାପରେ ବଲାଙ୍ଗିର ପୋଲିସର ଗୋଟିଏ ଟିମ୍ ଭୁବନେଶ୍ବର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି। ନିକଟରେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ ନିଶାଙ୍କ ଅଶ୍ଳୀଳ ଡ୍ୟାନ୍ସ ପାଇଁ ଆୟୋଜକ କମିଟି ସଦସ୍ୟ ଗିରଫ ହୋଇଥିଲେ।

ଅଧିକ ପଢନ୍ତୁ