ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି: ଅରବିନ୍ଦ

ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ଯେ ମୋତେ ଏ ଯାଏଁ କୌଣସି ସୋ କଜ୍ ନୋଟିସ୍ ମିଳିନାହିଁ । ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି । ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି । ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି । ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା, ସେ କଣ କରିବେ ତାଙ୍କ କଥା । ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ମୁଁ ଚାହୁଁନି ।ପୁଅର ନିଲମ୍ବନ ଖବର ଜାଣି ଆଶ୍ଚର୍ଯ୍ୟ ହୋଇଥିବା କହିଲେ ବିଜୟ ।କାହିଁକି ଅରବିନ୍ଦ ଦଳରୁ ନିଲମ୍ବନ ହେଲା ମୁଁ ଜାଣିନାହିଁ । ମୁଁ ଜାଣିବାରେ ପୁଅ ସେପରି କିଛି ଦଳବିରୋଧୀ କରିନାହିଁ । ନିଜ ରାଜନୈତିକ ଗତିବିଧି ବିଷୟରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କୌଣସି ଦଳରେ ନାହିଁ । ନିର୍ବାଚନ ମଣ୍ଡଳୀର ଜନତାଙ୍କ ସ୍ୱାର୍ଥ ପାଇଁ କାମ କରୁଛି ।

ଅଧିକ ପଢନ୍ତୁ