ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ । ଅଧରାତିରେ ପାକିସ୍ତାନୀ ମାଛଧରା ବୋଟ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ -ICG । ବୋଟରେ ଥିବା ୯ ପାକିସ୍ତାନୀଙ୍କୁ କାବୁ କରି ଏକ ସଫଳ ଅପରେସନ କରିଛି ତଟରକ୍ଷୀ ବାହିନୀ । ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ । ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା ICG । କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ପାକିସ୍ତାନ ଆଡ଼କୁ ତୀବ୍ର ବେଗରେ ମାଡ଼ି ଚାଲିଥିଲା ପାକିସ୍ତାନୀ ବୋଟ୍ । କୌଶଳକ୍ରମେ ସମସ୍ତଙ୍କୁ କାବୁ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ସମସ୍ତଙ୍କୁ ବୋଟ ମଧ୍ୟରେ ଯାଞ୍ଚ କରି ନିଜ ହେପାଜତକୁ ନେଇଥିଲା ଭାରତୀୟ ତଟରକ୍ଷୀ ବାହିନୀ ।
