ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ।ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ସଂପୂର୍ଣ୍ଣ ନିଷେଧ ରହିବ। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ। ରାସ୍ତା, ଡ୍ରେନ, ଜଳାଶୟ, ଖୋଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବା ନିଷେଧ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ଆମିଷ ବିକ୍ରି ହେଉଛି । ଚାରି ପାଖରେ ଫାଷ୍ଟଫୁଡ୍ ଦୋକାନ ରହିଛି । ଫଳରେ ଖାଦ୍ୟ ଆଶାରେ ପକ୍ଷୀମାନେ ଚାରିପାଖ ଉଡୁଛନ୍ତି । ପକ୍ଷୀ ବିମାନରେ ମାଡ଼ ହେବା ଫଳରେ ବିମାନ ଦୁର୍ଘଟଣା ଆଶଙ୍କା ରହୁଛି । ଏହାକୁ ନଜର ରଖି ନିକଟରେ ବିମାନବନ୍ଦର ପରିବେଶ ପରିଚାଳନା କମିଟି(ଏଇଏମସି) ବୈଠକ ବସିଥିଲା । ଏଥିରେ ବିଏମ୍ସି ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।
