ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ ହାତୀଛୁଆ ଗୁରୁବାର ଠାବ ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବୋମା ଚୋବାଇ ହାତୀର ମୁହଁ କ୍ଷତାକ୍ତ ହୋଇଥିଲା। ୫/୬ ଦିନ ପୂର୍ବରୁ ଏହି କ୍ଷତ ହୋଇଥିବାରୁ ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅଧିକ ଚିକିତ୍ସା ପାଇଁ ସନ୍ଧ୍ୟାରେ ‘ଐରାବତ’ ଗାଡ଼ିରେ ଗୁରୁତର ହାତୀଛୁଆକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧା ବାଟରେ ହାତୀ ଛୁଆର ମୃତ୍ୟୁ ଘଟିଛି।ତେବେ ଏହାର ତଦନ୍ତ ଚାଲିଛି । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅନୁଗୋଳ ଡିଏଫଓ ।
