‘ନିପା’କୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟମନ୍ତ୍ରୀ

ନିପା ଭୁତାଣୁକୁ ନେଇ ଆତଙ୍କିତ ନହେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଲେ ମନ୍ତ୍ରୀ ।ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ନିପା ଭାଇରସ୍‌ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍‌ ଗଠନ ହୋଇଛି। ଏପରିକି ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଏବଂ ରାଜ୍ୟର ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି। ରାଜ୍ୟରେ ଏଯାଏଁ ନିପା ଭାଇରସ୍‌ ଚିହ୍ନଟ ହୋଇ ନାହିଁ। ଯଦି ଏଭଳି କେସ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି। ସୂଚନାମୁତାବକ ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ୍‌ । ପଶ୍ଚିମବଙ୍ଗରୁ ନମୁନା ପଠାଯିବା ପରେ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିପା ଭାଇରସକୁ ଚିହ୍ନଟ କରିଛି। ଏହି ଭାଇରସ ମାରାତ୍ମକ, ଏବଂ ଲକ୍ଷଣ ଦେଖାଦେଲେ, ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ପରି କ୍ୱାରେଣ୍ଟାଇନ୍ କରାଯିବା ଉଚିତ। ନିପା ଭାଇରସ (ଏନଆଇଭି) ଏକ ଗମ୍ଭୀର ସଂକ୍ରମଣ ଯାହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ। ଏହାକୁ ମାନବ ନିପା ଭାଇରସ ମଧ୍ୟ କୁହାଯାଏ। ଏହାର ଲକ୍ଷଣଗୁଡ଼ିକ ହାଲୁକାରୁ ଗୁରୁତର ପର‌୍ୟ୍ୟନ୍ତ ହୋଇଥାଏ ଏବଂ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ, ଏହି ଭାଇରସରୁ ସୁରକ୍ଷିତ ରହିବା ଏବଂ ଏହାର ଲକ୍ଷଣଗୁଡ଼ିକୁ ଶୀଘ୍ର ଚିହ୍ନିବା ପରେ ନିଜକୁ କ୍ୱାରେଣ୍ଟାଇନ୍ କରିବା ଗୁରୁତ୍ୱପୂର୍ଣ୍ଣ।

ଅଧିକ ପଢନ୍ତୁ