ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା ବେଳେ କିଛି ଦିନ ଧରି ତାଙ୍କୁ ଚିକିତ୍ସା କରାଯିବା ପରେ ଶେଷରେ ପ୍ରଥମଥର ପାଇଁ ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ । ପୂର୍ବରୁ କଟକରେ ଏଭଳି ଦୁଇଟି ଘଟଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଗୁପ୍ତାଙ୍ଗଟି କଟି ଯାଇଥିବା ଯୋଗୁଁ ପରିସ୍ରା କରିବା ପାଇଁ ପେଟରେ ଏକ ଛୋଟିଆ ଅସ୍ତ୍ରୋପଚାର କରି ଏକ ଟ୍ୟୁବ୍ ଖଞ୍ଜା ଯାଇଛି ।”
