ପ୍ରେସ ଆଣ୍ଡ ମିଡ଼ିଆ ୱେଲଫେର ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧlଞ୍ଜଳୀ l

ପ୍ରେସ ଆଣ୍ଡ ମିଡ଼ିଆ ୱେଲଫେର ଆସୋସିଏସନର ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଆଶୁତୋଷ କୁମାର ପଟନାୟକ(ଝୁଲା)ଙ୍କ ଗତ 16 ତାରିଖରେ ହୃଦଘାତରେ ମୃତ୍ୟୁ ଘଟିଥିଲା ଲ ସ୍ବର୍ଗତ ଆଶୁତୋଷଙ୍କ ଆତ୍ମାର ସଦଗତି କାମନା କରି ଆଜି ରବିବାରରେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଶ୍ରଧାଞ୍ଜଳି ସଭା ହୋଇଥିଲା l ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ନବୀନ ଚନ୍ଦ୍ର ନାୟକ ଦିବଂଗତ ଆତ୍ମାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରବର୍ତୀ ସମୟରେ ଶ୍ରଧାଞ୍ଜଳି ସଭାରେ ଉପସ୍ଥିତ ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜଲ୍ଲା ଭାଜପା ଜିଲ୍ଲା ସଭାପତି ସଭାପତି ଗୋପୀ ଆନନ୍ଦ, ଭାଜପା ବରିଷ୍ଠ ନେତା ଶିବ ଶଙ୍କର ଉଲାକା, ଟ୍ରକ ମାଲିକ ସଙ୍ଘ ସଭାପତି ତଥା ଭାଜପା ବରିଷ୍ଠ ନେତା ୟେଲ୍ଲା ଭେଙ୍କଟେସ୍ୱର ରାଓ, କାଳୀରାମ ମାଝୀ, ଉତ୍କଳ ଆଲୁମିନା ଲୋକ ସମ୍ପର୍କ ଅଧିକାରୀ ଅମଯାଦ ଅଲି, ଜେକେ କାଗଜ କଳ ଲୋକ ସମ୍ପର୍କ ଅଧିକାରୀ ହରିହର ଖମାରି, ବରିଷ୍ଠ ସାମ୍ବାଦିକ ଅମୁଲ୍ୟ ରତ୍ନ ସାହୁ, ଶିବାଜୀ ଦାଶ ଶ୍ରଧାଞ୍ଜଳି ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ ସହ ଅମର ଆତ୍ମାର ସଦଗତି କାମନା କରିଥିଲେ l ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ଏବଂ ଶୁଭେଛୁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କହଁର ଓ ନାୟକ ସମସ୍ତ ସରକାରୀ ସୁବିଧା ଆଶୁତୋଷଙ୍କ ପରିବାର ବର୍ଗଙ୍କ ନିକଟରେ ପହଞ୍ଚାଯିବା ନେଇ କହିଥିଲେ ଏବଂ ତାଙ୍କ ପରିବାର ପଛରେ ପ୍ରଶାସନ ରହିଛି ବୋଲି କହିଥିଲେ l ଏଥିରେ ଭାଜପା ଜିଲ୍ଳା ସମ୍ପାଦକ ଦେବାଶିଷ ପଣ୍ଡା, ବରିଷ୍ଠ ନେତା ବସନ୍ତ ଉଲାକା, ଯୁବ ମୋର୍ଚା ସଭାପତି ଉମେଶ ଖୋଷଲା, କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଜାଡ଼ି ଅନିଲ କୁମାର, ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଡମ୍ବରୁଧର ପଣ୍ଡାଙ୍କ ସମେତ ଆସୋସିଏସନର ସବୁ ସଭ୍ୟ ଉପସ୍ଥିତ ରହି ସ୍ବର୍ଗତ ଆଶୁତୋଷଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଧାଞ୍ଜଳି ଜ୍ଞାପନ କରିଥିଲେ l ଶିକ୍ଷକ ନୀଳାଞ୍ଚଳ ମିଶ୍ର ଆଜିର ଶ୍ରଧାଞ୍ଜଳି ସଭାକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦେଶକ ବସନ୍ତ କୁମାର ପ୍ରଧାନ ମଧ୍ୟାହ୍ନରେ ପହଂଚି ଶ୍ରଧାଞ୍ଜଳି ଜ୍ଞାପନ କରିଥିଲେ l

ଅଧିକ ପଢନ୍ତୁ

kc ads