ରାଜ୍ୟ ସରକାର ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବେ। ଅବସରପ୍ରାପ୍ତ ଏଏସ୍ଆଇ/ଏସ୍ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସେମାନେ ସ୍ପେସାଲ୍ ପୁଲିସ ଅଫିସର୍(ଏସ୍ପିଓ) ଭାବେ କାର୍ଯ୍ୟ କରିବେ । ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିଥିବା ନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି । ଏହି ଚିଠିରେ ଦର୍ଶାଯାଇଛି, ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ । ସେମାନଙ୍କ ସିସିଆର୍ ବେଶ୍ ଭଲ ଥିବ । ଏହି ଅଧିକାରୀମାନେ ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରି ସାରିଥିବା ଆବଶ୍ୟକ । ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଚାକିରି କାଳରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ । ଏହି ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ ପୁଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନକୁ ପାଳନ କରାଯିବ ।୧ ବର୍ଷ ପାଇଁ ଠିକା ଭିତ୍ତିରେ ସେମାନଙ୍କୁ ନିଯୁକ୍ତି ମିଳିବ ।
