ଓଡିଶାରେ ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍‌ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ।ରାଜ୍ୟରେ ଜନଗଣନା ପାଇଁ ୬ ମାସ ଆଗରୁ ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି । ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ୍ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତେବେ ମିଳିଥିବା ସୂଚନା ଅନୁସାରେ, ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ।

ଅଧିକ ପଢନ୍ତୁ