ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର।ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ । ଏହା ପରେ ସରକାର ନୂଆ ଆଇନ ଆଣିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ। ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ବ ବିଭାଗ ୱେବସାଇଟରେ ଉପସ୍ଥାପିତ ହେବ । ସାଧରଣ ଲୋକଙ୍କ ସହ ସବୁ ବର୍ଗର ଲୋକ ଏହାକୁ ନେଇ ମତାମତ ରଖି ପାରିବେ । ଡ୍ରାଫ୍ଟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ।
