ମହାପ୍ରଭୁଙ୍କ AI ଭିଡିଓ ଭାଇରାଲ୍ ଘଟଣାରେ ପୁରୀ ସାଇବର ଥାନାରେ ମାମଲା ରୁଜୁ ହୋଇଛି। ପୁରୀ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ, ଭିଡିଓ ଭାଇରାଲ ହୋଇଥିବା ଓ୍ବେବସାଇଟକୁ ତଥ୍ୟ ମାଗିଛି ପୁରୀ ପୋଲିସ। କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ କରାଯାଇଛି ତା’ର ତଦନ୍ତ ହେବ। ସୂଚନାଥାଉକି, ସୋମବାର vishvrajcreation ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଭିଡିଓ ପୋଷ୍ଟ ହୋଇଥିଲା। ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
