ଆଜି ନରସିଂହପୁର ର ୧୬ନମ୍ବର ଜୋନ ର ସରଧାପୁର ଠାରେ ନରସିଂହପୁର ବିଜୁଛାତ୍ର ଦଳ ଆହ୍ବାନରେ ନେତାଜୀ ସୁବାଷ ଜୟନ୍ତୀ ଓ ବିର୍ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସର ରେ ଯୁବ ଅଭିଯାନ ର ଆରମ୍ଭ କରାଯାଇଛି। ଏହି ଉପଲକ୍ଷେ ୮ଟି ପଞ୍ଚାୟତର ଆଗୁଆ ଯୁବ ସାଥୀ ମାନଙ୍କୁ ନେଇ କରାଯାଇଥିବା ସମ୍ମିଳନୀ ରେ ନେତାଜୀ ସୁବାଷ ବୋଷ, ବିର ସୁରେନ୍ଦ୍ର ସାଏ, ଅଗଷ୍ଟ ବିପ୍ଳବ ଯୋଦ୍ଧା ବିଜୁ ପଟ୍ଟନାୟକ ତଥା ସ୍ଵାଧୀନତା ସଂଗ୍ରାମ ର ପୂର୍ଣ୍ଣ ରଥି ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ସଙ୍ଗେ ତିନି ଘଣ୍ଟା ଧରି ଆଲୋଚନା ହେଇଥିଲା।
ନରସିଂହପୁର ବିଜୁ ଯୁବ ଜନତା ର ସଭାପତି ଶ୍ରୀ ନିର୍ମଳ ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଯୁବ ଛାତ୍ର ସମ୍ମିଳନୀ ରେ ସହଶ୍ରାଧିକ ପ୍ରତିନିଧି ଯୋଗ ଦେଇଥିଲେ ଏବଂ ସହେ ତିରିଶ ରୁ ଉର୍ଦ୍ଧ୍ବ ପ୍ରତିନିଧି କର୍ମକର୍ତ୍ତା ଅଭିଭାଷଣ ବକ୍ତବ୍ୟ ରଖିଥିଲେ।ଏଥିରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନେତାଜୀ ଓ ବିର ସୁରେନ୍ଦ୍ର ସାଏ ଙ୍କ ସ୍ଵାଧୀନତା ସଂଗ୍ରାମ ଅବଦାନ ବିଷୟରେ ଉଲ୍ଲେଖ କରିବା ସହିତ ନରସିଂହପୁର ୧୬ନମ୍ବର ଜୋନ ର ୮ଟି ପଞ୍ଚାୟତ ର ବିକାଶ ର ଧାରା କିଭଳି ଆଗେଇ ଚାଲିଛି ସେ ସମ୍ପର୍କ ରେ ଉପସ୍ଥାପନ କରିଥିଲେ। ଶ୍ରୀ ମିଶ୍ର ଉଦବୋଧନ ଦେଇ ଯୁବଛାତ୍ର ଶକ୍ତି ହିଁ ଅସୀମ ଶକ୍ତି ର ଅଧିକାରୀ ସେମାନଙ୍କ ନିଷ୍ଠା ବିକାଶ ପ୍ରତି