ରାଜଧାନୀରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୃଦ୍ଧ ନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ । ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଏବଂ ପୀଡିତା ଦୁହେଁ ବୁଦ୍ଧନଗର ଅଞ୍ଚଳରେ ଭଡ଼ାଘରେ ଲିଭ-ଇନରେ ରହୁଥିଲେ । ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ଜୋର ଜବରଦସ୍ତ କରିଥିବା ନେଇ ପୀଡିତା ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
