ଭିବି ଜି ରାମ ଜି କୁ ନେଇ ପ୍ରେସ ମିଟ ଦେଲା ବିଜେପି

ରାୟଗଡ଼ା ତା ୨୧/୦୧/୨୬ ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ବିଜେପି ଜିଲ୍ଲା କାର୍ଯ୍ୟଳୟରେ ଭିବି – ଜି ରାମ ଜି ୨୦୨୫ କୁ ନେଇ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କ ଉପସ୍ଥିତିରେ ଏକ ପ୍ରେସମୀଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ସଭାପତି ଗୋପୀ ଆନନ୍ଦ ଏହା ପୂର୍ବ ଯୋଜନା ମନରେଗାର ବିକଳ୍ପ ସହ ଏଥିରେ କିଛି ପରିବର୍ତ୍ତନ କରି ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶର ଏକ ପରିପନ୍ଥା ବୋଲି କହିଥିଲେ । ପୁର୍ବରୁ ମନରେଗା ଯୋଜନାରେ ୧୦୦ଦିନିଆ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉଥିବା ବେଳେ ବର୍ତ୍ତମାନ ଜି ରାମ ଜି ଯୋଜନାରେ ଏହାକୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି । ଯାହାକି ଗ୍ରାମାଞ୍ଚଳରେ ଲୋକଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବା ସହ ଦେଶର ବିକାଶର ଧାରାରେ ନିଶ୍ଚିତ ଭାବେ ସହାୟକ ହେବା ବୋଲି ସୁଚନା ଦେଇଛନ୍ତି ।

ଅଧିକ ପଢନ୍ତୁ