ପୀୟୂଷ ହେଉଛି ସାଇଲେଣ୍ଟ ଆକ୍ଟର: ରାଣୀ ପଣ୍ଡା

ଆଜିକାଲି ଯିଏ ଯେତେ କଣ୍ଟ୍ରୋଭର୍ସିକୁ ଯାଉଛି, ତାର କ୍ରେଜ୍ ସେତେ ବଢ଼ୁଛି। ପୀୟୁଷ ହେଉଛି ସାଇଲେଣ୍ଟ ଆକ୍ଟର।ଏଭଳି କହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା, ସେଇଠି ହିଁ ଭେଟ ହେବ କ୍ରେଜ ଜଣାପଡିବ ବୋଲି କହିଛନ୍ତି ରାଣୀ।ସେପଟେ ପ୍ରତିକ୍ରିୟା ରଖିଛନ୍ତିି ପୀୟୂଷ। କିଏ କଣ କହୁଛି ମୋର ସେଥିରେ କିଛି ଯାଏ ଆସେ ନାହିଁ। ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି। ଭଗବାନ ଯାହା ଚାହିଁବେ ସେଇଆ ହେବ। ଯାଜପୁର ଜିଲ୍ଲା ବିଞ୍ଝାରପୁରର ବରୁଣେଶ୍ୱର ମେଳାରେ ଦୁଇ ଯାତ୍ରା କଳାକାରଙ୍କୁ ଦେଖିବାକୁ ମିଳିଛି। ଯେଉଁ ଯାତ୍ରା କୁଞ୍ଜରେ ଗୋଟିଏ ପଟେ ସିଂହବାହିନୀରେ ପୀୟୁଷଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ ରାନୀ ପଣ୍ଡାଙ୍କ ପାର୍ଟି ମଧ୍ୟ ଯାତ୍ରା ପରିବେଷଣ କରୁଛି।

ଅଧିକ ପଢନ୍ତୁ