ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର । ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ଫସି ଯାଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ । ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାର ଚିକିତ୍ସା କରିବା ପରିବର୍ତ୍ତେ ପବିତ୍ରପୁର ଆମ୍ବ ତୋଟା ରେ ଥିବା ହାତୀପଲଙ୍କ ନିକଟରେ ଛାଡିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ପଲ ଛୁଆକୁ ସ୍ୱୀକାର କରୁନଥିବା ଜଣାପଡିଛି । ହାତୀପଲ ଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଥିବା ବେକେ ଗୋଟିଏ ଦିନ ଅପେକ୍ଷା କରିବେ ।ଯଦି ହାତୀଛୁଆକୁ ହାତୀପଲ ସ୍ୱୀକାର ନ କରନ୍ତି ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ବାରକୋଟ ବନାଞ୍ଚଳ ଅଧିକାରୀ ଏହା କହିଛନ୍ତି ।

ଅଧିକ ପଢନ୍ତୁ